ଟଳିଲେ ୫ ମାଓବାଦୀ,ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଭୁବନେଶ୍ୱର : ଛତିଶ ଗଡ଼ରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ମାଓବାଦୀ ମୃତ । ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାବର୍ତ୍ତୀ ଅବୁଝମାଡ଼ ଜଙ୍ଗଲରେ ହୋଇଛି ଗୁଳିବିନିମୟ । ଯେଉଁଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଏୟାରଲିପ୍ଟ କରାଯାଇ ରାୟପୁରକୁ ଅଣାଯାଉଛି । ଜଙ୍ଗଲଭିତରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ବସ୍ତର […]
ଭୁବନେଶ୍ୱର : ଛତିଶ ଗଡ଼ରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ମାଓବାଦୀ ମୃତ । ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାବର୍ତ୍ତୀ ଅବୁଝମାଡ଼ ଜଙ୍ଗଲରେ ହୋଇଛି ଗୁଳିବିନିମୟ । ଯେଉଁଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଏୟାରଲିପ୍ଟ କରାଯାଇ ରାୟପୁରକୁ ଅଣାଯାଉଛି । ଜଙ୍ଗଲଭିତରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି ।
ବସ୍ତର ରେଞ୍ଜ ଇନସ୍ପେକ୍ଟର ଜେନେରାଲର ପୋଲିସ ପି.ସୁନ୍ଦରରାଜଙ୍କ ସୂଚନାନୁସାରେ,ନାରାୟଣପୁର ଏବଂ କାଙ୍କେର ଜିଲ୍ଲା ସୀମାବର୍ତ୍ତୀ ଉତ୍ତର ଆବୁଝମାଡ଼ ଜଙ୍ଗଲରେ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ସୁରକ୍ଷା ବାହିନୀ ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ପ୍ରଥମେ ନକ୍ସଲ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଲାଣ କରିଥିଲେ । ଯାହାର ଦୃଢ ଯବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲେ । ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିବା ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ ।




