ନନ୍ଦନକାନନରେ ଜନ୍ମ ନେଲେ ୫ ସିଂହ ଶାବକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରୀ । ଚତୁର୍ଥ ଥର ପାଇଁ ମା’ ହୋଇଛି ସିଂହୀ ବିଜଲୀ । ଜନ୍ମ ନେଇଛନ୍ତି ୫ ସିଂହ ଶାବକ । ୨୦୨୦ ମସିହାରେ ୯ ବର୍ଷ ବୟସରେ ଇନ୍ଦୋରରୁ ଆସିଥିଲା ବିଜଲୀ । ୨୦୨୧ ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିଲା ବିଜଲୀ । ତେବେ ଆଜି ୫ ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ଏସୀୟ ସିଂହ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଉଭୟ […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରୀ । ଚତୁର୍ଥ ଥର ପାଇଁ ମା’ ହୋଇଛି ସିଂହୀ ବିଜଲୀ । ଜନ୍ମ ନେଇଛନ୍ତି ୫ ସିଂହ ଶାବକ । ୨୦୨୦ ମସିହାରେ ୯ ବର୍ଷ ବୟସରେ ଇନ୍ଦୋରରୁ ଆସିଥିଲା ବିଜଲୀ । ୨୦୨୧ ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିଲା ବିଜଲୀ । ତେବେ ଆଜି ୫ ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ଏସୀୟ ସିଂହ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଉଭୟ ମାଆ ଏବଂ ଶାବକଙ୍କୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖିବାକୁ କତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

Tags: