୫ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀ ଫେରି ପାଇବେ ଟଙ୍କା – ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର : ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗାମୀ ୩ ରୁ ୪ ମାସ ମଧ୍ୟରେ ଟଙ୍କା ଫେରସ୍ତ ହେବ ନେଇ ବିବୃତିରେ କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚିଟ୍ ଫଣ୍ଡ […]
ଭୁବନେଶ୍ୱର : ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗାମୀ ୩ ରୁ ୪ ମାସ ମଧ୍ୟରେ ଟଙ୍କା ଫେରସ୍ତ ହେବ ନେଇ ବିବୃତିରେ କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳ ଓ ବିକେନ୍ଦ୍ରୀକରଣ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ଚିଟ୍ ଫଣ୍ଡ ଠକେଇରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟରେ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ପ୍ରତାରିତ ହୋଇଥିବା ଲୋକଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିଛି।
ସୂଚନାନୁସାରେ , ୨୦୧୪ରୁ ୨୦୨୪ ମସିହା, ଦୀର୍ଘ ୧୦ ବର୍ଷ, ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।




