୫ ଲକ୍ଷ ମିସ ମ୍ୟାଚ ସମସ୍ୟାର ସମାଧାନ ହୋଇନାହିଁ – ପ୍ରଭାତୀ ପରିଡା

ଭୁବନେଶ୍ୱର : ଆସନ୍ତାକାଲି ୨୨ ପ୍ରତିଶତ ମହିଳା ପାଇବେ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟରେ ସାମିଲ ହେବେ ଅଙ୍ଗନବାଡି କର୍ମୀ । ୫ ଲକ୍ଷ ମିସ ମ୍ୟାଚ ସମସ୍ୟାର ସମାଧାନ ହୋଇ ନାହିଁ । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ୨୨ ପ୍ରତିଶତ ମହିଳା ପାଇବେ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟରେ ସାମିଲ ହେବେ ଅଙ୍ଗନବାଡି କର୍ମୀ । ୫ ଲକ୍ଷ ମିସ ମ୍ୟାଚ ସମସ୍ୟାର ସମାଧାନ ହୋଇ ନାହିଁ । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଯେଉଁ ଆବେଦନକାରୀ ବାଦ୍ ପଡିଛନ୍ତି ସେମାନଙ୍କର ଜମି ଯୋଗ୍ୟତା ପାଇଁ କଟିଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାନୁଯାୟୀ, ‘ସୁଭଦ୍ରା’ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନଭେମ୍ବର ୨୧ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ । ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ । ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ । ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସମୀକ୍ଷା ହେବ । ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ ଦେବାକୁ ଅପିଲ୍‌ କରୁଛି । ଆଧାର,ଆକାଉଣ୍ଟ,ମୋବାଇଲ ନମ୍ବର ପାଇଁ ସେମାନେ ବାଦ ପଡିଛନ୍ତି । ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଟିକେ ସମସ୍ୟା ହେଉଛି। ବଳକା ହିତାଧିକାରୀ ଜାନୁଆରୀ ଓ ଫେବୃଆରୀରେ ଟଙ୍କା ପାଇବେ । ଜାନୁଆରୀ, ଫେବୃଆରୀର ଆବେଦନକାରୀ ଏକାଥରେ ୨ଟି କିସ୍ତି ଟଙ୍କା ପାଇବେ । ଏଯାବତ୍‌ ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: