ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ରାଜ୍ୟରେ ୫ ମୃତ
ମୟୂରଭଞ୍ଜ/ କେନ୍ଦୁଝର: ଲଘୁଚାପ ଅବପାତରେ ପରେ ରାଜ୍ୟରେ କେତେକ ସ୍ଥାନରେ ବନ୍ୟା ଜଳ ମାଡ଼ି ଯିବା ସହିତ ଲଗାଣ ବର୍ଷା ଲାଗି ରହିଛି । ଯାହା ଲୋକଙ୍କ ସମସ୍ୟା ଅଧିକ ବୃଦ୍ଧି କରିଛି । ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ଅଧିକ ଦୁର୍ଦଶାରେ ପଡ଼ିଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣ ଲୋକଙ୍କର ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ ଘଟଣାଟି କେନ୍ଦୁଝର ସଦର ବ୍ଲକ […]
ମୟୂରଭଞ୍ଜ/ କେନ୍ଦୁଝର: ଲଘୁଚାପ ଅବପାତରେ ପରେ ରାଜ୍ୟରେ କେତେକ ସ୍ଥାନରେ ବନ୍ୟା ଜଳ ମାଡ଼ି ଯିବା ସହିତ ଲଗାଣ ବର୍ଷା ଲାଗି ରହିଛି । ଯାହା ଲୋକଙ୍କ ସମସ୍ୟା ଅଧିକ ବୃଦ୍ଧି କରିଛି । ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ଅଧିକ ଦୁର୍ଦଶାରେ ପଡ଼ିଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣ ଲୋକଙ୍କର ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି ।

ପ୍ରଥମ ଘଟଣାଟି କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ଗତକାଲି ଶୁକ୍ରବାର ରାତିରେ ଘଟିଛି । କାନ୍ଥ ପଡ଼ି ସ୍ତ୍ରୀ ଦୁତୀକା ବେହେରାଙ୍କ ମୃତୁ୍ୟ ହେବା ସହ ସ୍ୱାମୀ କାହ୍ନì ଚରଣ ବେହେରା ଗୁରୁତର ହୋଇପଡ଼ିଛନ୍ତି । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।
ସେହିପରି ଅନ୍ୟ ଏକ ଅଘଟଣା ମୟୂରଭଞ୍ଜ ଜିଲ୍ଳା ବିଶୋଇ ବ୍ଲକ୍ ଅନ୍ତର୍ଗତ ଭୋଳ ବେଡ଼ା ଗ୍ରାମରେ ଘଟିଛି । କାନ୍ଥ ଭୁଶୁଡ଼ି ୨ ଭଉଣୀ ନିହାରୀକା ଗିରି (୧୨) ଓ ସ୍ୱିଟି ଗିରି (୫)ଙ୍କର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଅନୀଲ ଗିରିଙ୍କ ଘରେ ମାଟି ଘର ପଡ଼ିଥିଲା । ଏଥିରେ ପରିବାର ଲୋକ ଚାପି ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ୨ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ମଧୁପୁରା ଗାଁରେ ସ୍କୁଲ ପାଚେରି ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସମାନ ପରିସ୍ଥିତି କୋରାପୁଟ ସହରର ପିଏଚ୍ଡି କଲୋନୀ ନୂଆସାହିରେ ଦେଖାଯାଇଛି । ଗାଧୁଆ ଘରର କାନ୍ଥ ପଡ଼ି ଜଣେ ୯ ବର୍ଷର ବାଳକର ମୃତ୍ୟୁ ଘଟିଛି ।




