ସ୍କୁଲ ଅଟୋ ସହ କାର ଧକ୍କାରେ ୫ ଆହତ

ଭଦ୍ରକ : ସ୍କୁଲ ଅଟୋକୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ଆହତ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଛକ ସ୍ଥିତ ରାଇସ ମିଲ ସମ୍ମୁଖରେ । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଅଟୋଟି ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା । ଏହି ସମୟରେ ଧାମନଗର ଛକ ସ୍ଥିତ ରାଇସ ମିଲ୍‌ ନିକଟରେ ବୀପରିତ ଦିଗରୁ ଆସୁଥିବା […]

Samaya Live Picture
Published On

ଭଦ୍ରକ : ସ୍କୁଲ ଅଟୋକୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ଆହତ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଛକ ସ୍ଥିତ ରାଇସ ମିଲ ସମ୍ମୁଖରେ । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଅଟୋଟି ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା । ଏହି ସମୟରେ ଧାମନଗର ଛକ ସ୍ଥିତ ରାଇସ ମିଲ୍‌ ନିକଟରେ ବୀପରିତ ଦିଗରୁ ଆସୁଥିବା କାର୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I

Tags: