ଗ୍ୟାସ ଲିକ ଯୋଗୁଁ ପୋଡି ହୋଇ ୫ ଆହତ

ଯାଜପୁର : ଗ୍ୟାସ ସିଲିଣ୍ଡର ଲଗାଇଲାବେଳେ ଅଘଟଣ I ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଘରେ ଲାଗିଗଲା ନିଆଁ I ଏଥିରେ ପୋଡି ହୋଇ ୨ ମହିଳାଙ୍କ ସହିତ ୫ ଜଣ ଆହତ ହୋଇଛନ୍ତି I ଏଭଳି ଏକ ଅଘଟଣ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁରେ ଘଟିଛି I ଆହତମାନେ ହେଲେ ଘର ମାଲିକ କମଳା କାନ୍ତ ସ୍ୱାଇଁ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ସ୍ୱାଇଁ ଓ ତାଙ୍କ ମା’ ସରିତା […]

Samaya Live Picture
Published On

ଯାଜପୁର : ଗ୍ୟାସ ସିଲିଣ୍ଡର ଲଗାଇଲାବେଳେ ଅଘଟଣ I ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଘରେ ଲାଗିଗଲା ନିଆଁ I ଏଥିରେ ପୋଡି ହୋଇ ୨ ମହିଳାଙ୍କ ସହିତ ୫ ଜଣ ଆହତ ହୋଇଛନ୍ତି I ଏଭଳି ଏକ ଅଘଟଣ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁରେ ଘଟିଛି I ଆହତମାନେ ହେଲେ ଘର ମାଲିକ କମଳା କାନ୍ତ ସ୍ୱାଇଁ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ସ୍ୱାଇଁ ଓ ତାଙ୍କ ମା’ ସରିତା ସ୍ୱାଇଁ`। ସେହିପରି ନିଆଁ ଲାଗିଯିବ ଫଳରେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ଦୁଇ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ତେବେ ଶାଶୁ ବୋହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି I ଏବଂ ଆହତ ମାନେ ଯାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I

ସୂଚନାନୁସାରେ, ଆଜି ପୂର୍ବାହ୍ନ ସମୟରେ କମଳା କାନ୍ତଙ୍କ ଘରେ ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ଟାଙ୍କି ଦେଇ ଯାଇଥିଲା। କମଳାକାନ୍ତ ଟାଙ୍କିକୁ ନେଇ ଗ୍ୟାସ ସହ ସଂଯୋଗ କରୁଥିଲେ। ହଠାତ୍ ଗ୍ୟାସ ଲିକ୍‌ ହୋଇଥିଲା। ଏହି ସମୟରେ ଗୀତାଞ୍ଜଳି ଓ ସରିତା ଘରେ ପୂଜା କରୁଥିଲେ। ପୂଜା କଲା ବେଳେ ଦୀପ ଲଗାଇଲା ବେଳେ ନିଆଁ ଲାଗିଯାଇଥିଲା।

Tags: