ଆଉ ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ଫେବଆରୀ ୧୬: ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଦୂର୍ନୀତିଗସ୍ତ ସରକାରୀ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଚାଲିଛି ତନାଘନା । ଏନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ପୂର୍ବରୁ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତିଗସ୍ତ ଓ ଅପାରଗ ଏହି ଅଧିକାରୀ ହେଲେ- କଳାହାଣ୍ଡି ଡିଏସପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର […]
ଭୁବନେଶ୍ୱର: ଫେବଆରୀ ୧୬: ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଦୂର୍ନୀତିଗସ୍ତ ସରକାରୀ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଚାଲିଛି ତନାଘନା । ଏନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ପୂର୍ବରୁ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତିଗସ୍ତ ଓ ଅପାରଗ ଏହି ଅଧିକାରୀ ହେଲେ- କଳାହାଣ୍ଡି ଡିଏସପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁର, ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେକ୍ଟର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକ। ତେବେ ବର୍ତ୍ତମାନ ସୁଦ୍ଧା ୧୫୧ ଅଧିକାରୀଙ୍କୁ ରାଜ୍ୟ ସରକାର ଛଟେଇ କରିସାରିଲେଣି।




