ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ୫ ମୃତ

ବାରିପଦା : ବାଙ୍ଗିରିପୋଷି ଘାଟିରେ ପୁଣି ଅଘଟଣ I ଯାତ୍ରାପାର୍ଟି ଟ୍ରକ ଓଲଟି ୫ ଜଣଙ୍କ ଜୀବନ ଯାଇଛି I ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି I ଭାରସାମ୍ୟ ହରାଇ ଘାଟିରେ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ତେବେ ମୟୁରଭଞ୍ଜରେ ଗତ ୩ ଦିନ ଧରି ଲାଗି ରହିଥିବା ଝଡି ବର୍ଷା ସହିତ କୋହଲା ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I ମିଳିଥିବା ସୂଚନା […]

Samaya Live Picture
Published On

ବାରିପଦା : ବାଙ୍ଗିରିପୋଷି ଘାଟିରେ ପୁଣି ଅଘଟଣ I ଯାତ୍ରାପାର୍ଟି ଟ୍ରକ ଓଲଟି ୫ ଜଣଙ୍କ ଜୀବନ ଯାଇଛି I ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି I ଭାରସାମ୍ୟ ହରାଇ ଘାଟିରେ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ତେବେ ମୟୁରଭଞ୍ଜରେ ଗତ ୩ ଦିନ ଧରି ଲାଗି ରହିଥିବା ଝଡି ବର୍ଷା ସହିତ କୋହଲା ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I

ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଚାଲିଛି ମକର ମେଳା । ଏନେଇ ଜାତୀୟ ରାଜପଥ ଭିଡ଼ ରହିଛି I ଏହସାଙ୍ଗକୁ ସମଗ୍ର ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା I ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟ୍ରକଟି ବାଙ୍ଗିରିପୋଷି ଘାଟିରୁ ତଳକୁ ଓହ୍ଲାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଲାଇଟ୍‌, ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା I

ଦୁର୍ଘଟଣା ଖବର ପାଇ ବାଙ୍ଗିରିପୋଷି ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ମାନଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି Iବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି।

Tags: