ସୋରଡ଼ା ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରୀପାଟଣା ନିକଟରେ ଗତ ବିଳମ୍ବିତ ରାତିରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ- ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା […]
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରୀପାଟଣା ନିକଟରେ ଗତ ବିଳମ୍ବିତ ରାତିରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ- ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା । ଅନ୍ୟ ଦୁଇ ମୃତକ ହେଲେ ଦୁଲାଡର ଶ୍ରୀକାନ୍ତ ଗୌଡ଼ ଓ ମନୁ ଡାକୁଆ । ଦୁଲାଡର ପୂର୍ଣ୍ଣ ଗୌଡ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧.୩୦ ବେଳକୁ ଏକ ସ୍କୁଟିରେ ସୋରଡ଼ା ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଅସୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକରେ ଅନ୍ୟ ୩ ଜଣ ଆସୁଥିଲେ I ଗାଡି ୨ ଟିର ବେଗ ଅଧିକ ଥିବାରୁ ଦୁଇଗାଡ଼ି ମଧ୍ୟରେ ବରାଡି ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତି କରିଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ବାଇକ ଓ ସ୍କୁଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଖବର ପାଇ ସୋରଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି I




