ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ
ରାୟଗଡା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମ ଘଟିଛି ବଡ଼ ଧରଣର ଅଘଟଣ I ନିର୍ମାଣାଧୀନ ପୋଲ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟିଛି I ମୃତକ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି I କଲଭର୍ଟ ତଳେ ଗାଧୋଉ ଥିବାବେଳେ ଏହି ଅଘଟଣ ଘଟିଛି । ମୃତକ ମାନେ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା, ସୁମନ ମିଣିଆକା (୫), ସାରନ ମିଣିଆକା(୫) ଓ ମନୋଜ ମିଣିଆକା (୫)। ଜଣଙ୍କୁ […]
ରାୟଗଡା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମ ଘଟିଛି ବଡ଼ ଧରଣର ଅଘଟଣ I ନିର୍ମାଣାଧୀନ ପୋଲ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟିଛି I ମୃତକ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି I କଲଭର୍ଟ ତଳେ ଗାଧୋଉ ଥିବାବେଳେ ଏହି ଅଘଟଣ ଘଟିଛି । ମୃତକ ମାନେ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା, ସୁମନ ମିଣିଆକା (୫), ସାରନ ମିଣିଆକା(୫) ଓ ମନୋଜ ମିଣିଆକା (୫)। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି I ଏହି ଦୁର୍ଘଟଣାକୁ ନେଇ ଉପରସଜା ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି I
ସୂଚନାନୁସାରେ,ନିକଟରେ କଲଭର୍ଟଟିର ଛାତ ପଡ଼ିଥିବା ବେଳେ ବର୍ଷା ଲାଗି ରହିଛି । ତେଣୁ କଲଭର୍ଟଟିର ଛାତ ମଧ୍ୟ ଖୋଲାଯାଇନଥିଲା । ହେଲେ ଏପରି ସମୟରେ ଲୋକମାନେ ସେଠାରେ ଗାଧୋଉ ଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସଙ୍କ ମୃତ୍ୟୁ ସହି ନପାରି ସ୍ତ୍ରୀ ଦୀପାଇ ମିଣିଆକା ବିଷପାନ ଗୁରୁତର ହୋଇ ପଡିଥିବାବେଳେ ତାଙ୍କୁ ତାଙ୍କୁ ଉଦ୍ଧାର କରି ପୁଲିସ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।




