୨ଟି ପୃଥକ ବସ ଦୁର୍ଘଟଣାରେ ୫ ମୃତ,୨୦ ଆହତ
ମାଲକାନଗିରି : ଘନ କୁହୁଡ଼ି ହେଲା କାଳ । ଗତ ବିଳମ୍ବିତ ରାତିରେ ୨ ଟି ଜାଗାରେ ବସ ଦୁର୍ଘଟଣା ଘଟି ଅକାଳରେ ଚାଲିଯାଇଛି ୫ ଟି ମୂଲ୍ୟବାନ ଜୀବନ । ଏହାସହିତ ୧୫ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା ଘଟି ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲା ସିନାପାଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିଲା ଗୁପ୍ତା ଟ୍ରାଭେଲସ […]
ମାଲକାନଗିରି : ଘନ କୁହୁଡ଼ି ହେଲା କାଳ । ଗତ ବିଳମ୍ବିତ ରାତିରେ ୨ ଟି ଜାଗାରେ ବସ ଦୁର୍ଘଟଣା ଘଟି ଅକାଳରେ ଚାଲିଯାଇଛି ୫ ଟି ମୂଲ୍ୟବାନ ଜୀବନ । ଏହାସହିତ ୧୫ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା ଘଟି ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ।
ନୂଆପଡା ଜିଲ୍ଲା ସିନାପାଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିଲା ଗୁପ୍ତା ଟ୍ରାଭେଲସ ନାମକ ଘରୋଇ ବସ୍ ୩୨ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ହେଲେ ଘନ କୁହୁଡ଼ି ଯୋଗୁଁ ଖମ୍ମାମ-ସୁର୍ଯ୍ୟପେଟ୍ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଥିଲା ବସ୍। ଯେଉଁଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବାକି କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି।
ଅନ୍ୟପଟେ ଗତ ରାତିରେ ନୟାଗଡରେ ଇଣ୍ଡିଆନ ନାମକ ଏକ ପିକନିକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡ଼ ରଣପୁରରେ ବ୍ରିଜ ତଳକୁ ଯାତ୍ରୀବାହୀ ବସଟି ଖସି ପଡିବାରୁ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସରେ ପାଖାପାଖି ୪୦ଯାତ୍ରୀ ଥିଲେ । ଗୋପାଳପୁର ନିକଟ ଖଣ୍ଡିସି ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ନୟାଗଡ଼ ଗୁଣ୍ଠୁଣିରୁ କାଳିଜାଇ ଅଭିମୁଖେ ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ଚାନ୍ଦପୁର ଓ ରଣପୁର ପୋଲିସ ପହଞ୍ଚିଛନ୍ତି। ରଣପୁର ଓ ଟାଙ୍ଗୀ ଦମକଳ ବାହିନୀର ମିଳିତ ଉଦ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।




