୫ କନେଷ୍ଟବଳ ନିଲମ୍ବିତ
ବାଲେଶ୍ୱର : କାର୍ଯ୍ୟରୁ ନିଲମ୍ବିତ ହେଲେ ୫ ପୋଲିସ କର୍ମଚାରୀ । କାର୍ଯ୍ୟରେ ଅବହେଳା ପାଇଁ ଜଣେ ହବିଲଦାରଙ୍କ ସହିତ ୪ ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ଏହି କର୍ମଚାରୀମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ବାସଭବନରେ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କ ଜନ୍ମଦିନରେ ମଦ ମାଂସ ଭୋଜି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେଶ୍ୱର ଏସପି । ଜଣେ […]
ବାଲେଶ୍ୱର : କାର୍ଯ୍ୟରୁ ନିଲମ୍ବିତ ହେଲେ ୫ ପୋଲିସ କର୍ମଚାରୀ । କାର୍ଯ୍ୟରେ ଅବହେଳା ପାଇଁ ଜଣେ ହବିଲଦାରଙ୍କ ସହିତ ୪ ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ଏହି କର୍ମଚାରୀମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ବାସଭବନରେ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କ ଜନ୍ମଦିନରେ ମଦ ମାଂସ ଭୋଜି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେଶ୍ୱର ଏସପି । ଜଣେ ହାବିଲଦାରଙ୍କ ସମେତ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି।
ନିଲମ୍ବିତ କର୍ମଚାରୀ ହେଉଛନ୍ତି କନ୍ଷ୍ଟେବଲ୍ ହେଲେ ସିଦ୍ଧେଶ୍ବର ଗୋଚ୍ଛାୟତ, ଦେବ ମାଝୀ, ସୁଧାଂଶୁ ଜେନା, ରାମଚନ୍ଦ୍ର ତପସ୍ବୀ । ନିଲମ୍ବିତ ହୋଇଥିବା ହାବିଲଦାର୍ ହେଉଛନ୍ତି ହେମନ୍ତ ବାରିକ। କାର୍ଯ୍ୟରେ ଅନିୟମିତା ସାଙ୍ଗକୁ ମନମୁଖୀ ଭାବେ ଡ୍ୟୁଟି କରିବା ନେଇ ଅଭିଯୋଗ ଆସିଥିଲା ସେମାନଙ୍କ ନାଁରେ । ବାରମ୍ବାର ତାଗିଦ ସତ୍ତ୍ୱେ ଗୁରୁତ୍ତ୍ଵ ନଦେବାରୁ ତାଙ୍କ ପ୍ରତି ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଲେଶ୍ୱର ଏସପି ।




