କ୍ୱାରେଣ୍ଟିନରେ ରହିବେ ୫ କୁକୁଡା ଚାଷୀ

କେନ୍ଦ୍ରାପଡା : ବାର୍ଡ଼ ଫ୍ଲୁ ଆତଙ୍କ ଇ କ୍ୱାରେଣ୍ଟିନରେ ରହିବେ ୫ କୁକୁଡା ଚାଷୀ । କେନ୍ଦ୍ରାପଡାର ୫ କୁକୁଡା ଚାଷୀଙ୍କ ସ୍ୱାବ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପଠାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ୫ କୁକୁଡା ଚାଷୀ ହୋମ୍‌ କ୍ୱାରେଣ୍ଟିନରେ ରହିବେ । କୁକୁଡା ମରିଥିବା ସବୁ ଫାର୍ମର ଚାଷୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରାପଡା ଡେରାବିଶରେ […]

Samaya Live Picture
Published On

କେନ୍ଦ୍ରାପଡା : ବାର୍ଡ଼ ଫ୍ଲୁ ଆତଙ୍କ ଇ କ୍ୱାରେଣ୍ଟିନରେ ରହିବେ ୫ କୁକୁଡା ଚାଷୀ । କେନ୍ଦ୍ରାପଡାର ୫ କୁକୁଡା ଚାଷୀଙ୍କ ସ୍ୱାବ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପଠାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ୫ କୁକୁଡା ଚାଷୀ ହୋମ୍‌ କ୍ୱାରେଣ୍ଟିନରେ ରହିବେ । କୁକୁଡା ମରିଥିବା ସବୁ ଫାର୍ମର ଚାଷୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି ।

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ସେପ୍ଟେମ୍ବର ୭ରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିଲେ । ଏହି ଅଞ୍ଚଳରେ ଥିବା ଅନେକ ଫାର୍ମରେ ବହୁ କୁକୁଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଇଥିଲା ।

Tags: