ଚତୁର୍ଥ ଇଣ୍ଡିଆନ୍ ଓପନ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ: ୫ ସ୍ୱର୍ଣ୍ଣ ପଦକ ସହ ଓଡ଼ିଶାକୁ ତୃତୀୟ ସ୍ଥାନ

ଭୁବନେଶ୍ୱର : ଚତୁର୍ଥ ଇଣ୍ଡିଆନ୍ ଓପନ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ଆଜି ବିହାରର ପାଟନାଠାରେ ଶେଷ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବମୋଟ୍‌ ୧୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହ ସର୍ବମୋଟ୍ ୭ଟି ପଦକ ଜିତିଛନ୍ତି। ପଦକ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ଧାବକ ଅନିମେଶ କୁଜୁର ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୦୨ଟି ସ୍ବର୍ଣ୍ଣ ପଦକ ହାସଲ […]

Samaya Live Picture
Published On

ଭୁବନେଶ୍ୱର : ଚତୁର୍ଥ ଇଣ୍ଡିଆନ୍ ଓପନ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ଆଜି ବିହାରର ପାଟନାଠାରେ ଶେଷ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବମୋଟ୍‌ ୧୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହ ସର୍ବମୋଟ୍ ୭ଟି ପଦକ ଜିତିଛନ୍ତି। ପଦକ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।

ଓଡ଼ିଶାର ଧାବକ ଅନିମେଶ କୁଜୁର ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୦୨ଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୨୦.୬୫ ସେକେଣ୍ଡ ସମୟ ଏବଂ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୧୦.୩୮ ସେକେଣ୍ଡ ସହ ନୂଆ ମିଟ୍ ରେକର୍ଡ ସୃଷ୍ଟି କରିଛନ୍ତି।ଇଣ୍ଡିଆନ୍‌ ଓପନ୍‌ ୨୩ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତାରେ ତାଙ୍କୁ ଶ୍ରେଷ୍ଠ ପୁରୁଷ ଆଥ୍ ଲେଟ୍ ର ପୁରସ୍କାର ମିଳିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି ବୋଲି ମତପ୍ରକଶ କରିଛନ୍ତି।

ଅନ୍ୟାନ୍ୟ ଖେଳାଳୀ ମାନଙ୍କ ମଧ୍ୟରେ ଜସବୀର ନାୟକ ଡେକାଥଲୋନ ଇଭେଣ୍ଟରେ ୭୦୬୫ ପଏଣ୍ଟ ସହ ନୂଆ ମିଟ୍ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ ୧୧୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ଏ ଗ୍ରେସନ ଜିଭା ୧୪.୪୯ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଲକ୍ଷ୍ମୀପ୍ରିୟା କିଷାନ ୮୦୦ ମିଟର ଦୌଡ଼ ଏବଂ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଯଥାକ୍ରମେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଟ୍ରିପଲ ଜମ୍ପ ଇଭେଣ୍ଟରେ ମେରିମୁକ୍ତା ସୋରେଙ୍ଗ ରୌପ୍ୟ ପଦକ ହାସଲ କରିଛନ୍ତି ।

Tags: