ସ୍କୁଲରେ ଅଘଟଣ,ଦୋଳିରୁ ପଡି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଯାଜପୁର : ସ୍କୁଲରେ ଦୋଳି ଖେଳୁଥିବା ସମୟରେ ଖସିପଡି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ । ଏହି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ନୟା ବାଗପାଟିଆ ୟୁପି ସ୍କୁଲରେ । ମୃତ ଛାତ୍ର ନୟା ବଗପାଟିଆ ଗାଁର ସୋମ୍ୟରଞ୍ଜନ ସାହୁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ […]
ଯାଜପୁର : ସ୍କୁଲରେ ଦୋଳି ଖେଳୁଥିବା ସମୟରେ ଖସିପଡି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ । ଏହି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ନୟା ବାଗପାଟିଆ ୟୁପି ସ୍କୁଲରେ । ମୃତ ଛାତ୍ର ନୟା ବଗପାଟିଆ ଗାଁର ସୋମ୍ୟରଞ୍ଜନ ସାହୁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।
ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ ତଳକୁ ଖସି ପଡ଼ିଥିଲେ । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ନିକଟ ଦାନଗଦି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଛାତ୍ର ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରି ମେଡିକାଲ ପରିସର ମଧ୍ୟରେ ଶିକ୍ଷକଙ୍କୁ ଘୃଥିଲେ ପରିବାର ଲୋକେ ।




