ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି

ଭୁବନେଶ୍ୱର : ଚଳିତ ବର୍ଷ ୮୧୨ଟି ବହୁମୁଖୀ ଆଶ୍ରୟସ୍ଥଳୀର ହେବ ମରାମତି। ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଉ ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବର୍ତ୍ତମାନ […]

ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି
Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ୮୧୨ଟି ବହୁମୁଖୀ ଆଶ୍ରୟସ୍ଥଳୀର ହେବ ମରାମତି। ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଉ ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେହିପରି ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବର୍ତ୍ତମାନ ୯୦୯ ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରୁ ୬୦୦ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି । ଏନେଇ ପ୍ରଶ୍ନକାଳ ଆଲୋଚନା ବେଳେ ବିଜେଡ଼ି ବିଧାୟକ ସାରଦା ଜେନାଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Tags: