ଖୋଲିବ ୪୬ଟି ମିଶ୍ରଣ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଖୁବ ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ଥିବା ବେଳେ ଦେବଗଡ଼ରେ ୧୦ଟି ବରଗଡ଼ରେ ୭ଟି, ଯାଜପୁରରେ ୪ଟି ଓ ଖୋର୍ଦ୍ଧା ଜିଲ୍ଲାରେ ୩ ସ୍କୁଲ ରହିଛି। ୭ ହଜାର ୭୫୧ […]

ଖୋଲିବ ୪୬ଟି ମିଶ୍ରଣ ସ୍କୁଲ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଖୁବ ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ଥିବା ବେଳେ ଦେବଗଡ଼ରେ ୧୦ଟି ବରଗଡ଼ରେ ୭ଟି, ଯାଜପୁରରେ ୪ଟି ଓ ଖୋର୍ଦ୍ଧା ଜିଲ୍ଲାରେ ୩ ସ୍କୁଲ ରହିଛି। ୭ ହଜାର ୭୫୧ ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ ୫ ହଜାର ୬୩୦ ସ୍କୁଲ ମିଶ୍ରଣ ହୋଇଛି।

ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍‌ଆଉଟ୍‌ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ବିଜେପି ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Tags: