ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତି ପାଇବେ ୪୨୧୯ କନ୍ଷ୍ଟେବଳ
ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏସ୍ଓପି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପୁଲିସରେ ୪୨୧୯ଟି ଖାଲିଥିବା କନଷ୍ଟେବଳ ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି […]
ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏସ୍ଓପି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।
ଓଡ଼ିଶା ପୁଲିସରେ ୪୨୧୯ଟି ଖାଲିଥିବା କନଷ୍ଟେବଳ ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସରକାର ବିଚାରବିମର୍ଶ ପରେ ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୪୨୧୯ଟି ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ, ଯେଉଁଥିରେ ଆଇନଗତ ନିୟମାବଳୀକୁ ପାଳନ କରାଯିବ। ସଂରକ୍ଷଣ ନୀତିର ନିୟମ ଏବଂ ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ସେପ୍ଟେମ୍ବର ୨୨ରେ ଜାରି କରାଯାଇଥିବା ଏସ୍ଓପିକୁ ଅନୁପାଳନ କରିବା ପାଇଁ କୁହାଯାଇଛି। ଏନେଇ ଗୃହ ବିଭାଗଉପ ସଚିବ ତରୁଣ କୁମାର ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ପ୍ରସ୍ତାବକୁ ତର୍ଜମା କରି କନ୍ଷ୍ଟେବଲ ପଦବି ପୂରଣ ପାଇଁ ଅନୁମୋଦନ କରିଛନ୍ତି । ନିଯୁକ୍ତି ନିୟମ ଓ ସର୍ତ୍ତାବଳୀ ଆଧାରରେ ସିଧାସଳଖ ନିଯୁକ୍ତି ପାଇଁ ସରକାର ପୁଲିସ ବିଭାଗକୁ ଅନୁମତି ଦେଇଛନ୍ତି ।




