ବୌଦ୍ଧରେ 40 ଟପିଲା ପାରଦ: ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର:ବୌଦ୍ଧରେ 40 ଡ଼ିଗ୍ରୀ ଟପିଲା ପାରଦ। ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 12 ସହରର ତାପମାତ୍ରା 38 ଟପିଲା।40.5 ଡ଼ିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀର- 39.9, ଟିଟଲାଗଡ- 39.5, ଝାରସୁଗୁଡା ଓ ସୁନ୍ଦରଗଡ ତାପମାତ୍ରା 39.4। ଅନ୍ୟପଟେ ସମ୍ବଲପୁର- 39.3, ବାରିପଦା-39, ସୋନପୁର- 38.9, ଭଦ୍ରକ- 38.8, ହୀରାକୁଦ ତାପମାତ୍ରା 38.7 ଡିଗ୍ରୀ, ରାଉରକେଲା ଓ ଭବାନୀପାଟଣା […]

Samaya Live Picture
Published On

ଭୁବନେଶ୍ବର:ବୌଦ୍ଧରେ 40 ଡ଼ିଗ୍ରୀ ଟପିଲା ପାରଦ। ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 12 ସହରର ତାପମାତ୍ରା 38 ଟପିଲା।40.5 ଡ଼ିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀର- 39.9, ଟିଟଲାଗଡ- 39.5, ଝାରସୁଗୁଡା ଓ ସୁନ୍ଦରଗଡ ତାପମାତ୍ରା 39.4। ଅନ୍ୟପଟେ ସମ୍ବଲପୁର- 39.3, ବାରିପଦା-39, ସୋନପୁର- 38.9, ଭଦ୍ରକ- 38.8, ହୀରାକୁଦ ତାପମାତ୍ରା 38.7 ଡିଗ୍ରୀ, ରାଉରକେଲା ଓ ଭବାନୀପାଟଣା ତାପମାତ୍ରା 38.4 ଡିଗ୍ରୀ ରେକର୍ଡ଼ କରାଯାଇଛି। ଆଗକୁ ରାଜ୍ୟରେ ଆହୁରି ତାତି ବଢିବା ସମ୍ଭାବନା ରହିଛି। ସାଧାରଣତ ମେ ମାସ ଆଡ଼କୁ ତାତି ବଢୁଥିବା ବେଳେ ଏବେ ମାର୍ଚ୍ଚ ମାସରୁ ତାତି ବଢିବା ଚିନ୍ତାର ବିଷୟ ହୋଇଛି।

Tags: