ବିଶୃଙ୍ଖଳିତ ଆଚରଣ ପାଇଁ ୪ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ : ନିଲମ୍ବିତ ହେଲେ ୪ଜଣ ପୁଲିସ କର୍ମଚାରୀ । ରାସ୍ତା ମଝିରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ ନିଲମ୍ବନ ନିର୍ଦେଶରେ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୪ ପୁଲିସ କର୍ମଚାରୀ ହେଉଛନ୍ତି ହାବିଲଦାର ଦୁର୍ଗାମାଧବ ଡୋରା, ହାବିଲଦାର ସଞ୍ଜୟ ମହାପାତ୍ର, ହାବିଲଦାର ସନ୍ତୋଷ ମହାପାତ୍ର ଏବଂ କନଷ୍ଟେବଳ ଦିଲ୍ଲୀପ ବେହେରା। ସୂଚନା ଅନୁସାରେ, […]

Samaya Live Picture
Published On

ନୟାଗଡ଼ : ନିଲମ୍ବିତ ହେଲେ ୪ଜଣ ପୁଲିସ କର୍ମଚାରୀ । ରାସ୍ତା ମଝିରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ ନିଲମ୍ବନ ନିର୍ଦେଶରେ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୪ ପୁଲିସ କର୍ମଚାରୀ ହେଉଛନ୍ତି ହାବିଲଦାର ଦୁର୍ଗାମାଧବ ଡୋରା, ହାବିଲଦାର ସଞ୍ଜୟ ମହାପାତ୍ର, ହାବିଲଦାର ସନ୍ତୋଷ ମହାପାତ୍ର ଏବଂ କନଷ୍ଟେବଳ ଦିଲ୍ଲୀପ ବେହେରା।

ସୂଚନା ଅନୁସାରେ, ଗତ ୩୧ ତାରିଖ ରାତିରେ ନୟାଗଡ଼ ସହର ମଧ୍ୟରେ ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ହୋଇଥିଲା। ଏକ କାର୍ଡ ଛପାକୁ କେନ୍ଦ୍ର କରି ଯୁକ୍ତି ତର୍କ ହୋଇ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଥଲା। ଏନେଇ ଉଭୟ ପକ୍ଷରୁ ନୟାଗଡ ଟାଉନ ଥାନାରେ ଏତଲା ଦିଆଯାଇଛି । ଶୃଙ୍ଖଳା ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ଆଜି ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Tags: