୨ ଯାତ୍ରୀବାହୀ ବସ ଧକ୍କାରେ ୪ ଯାତ୍ରୀ ଗୁରୁତର,୧୦ ଆହତ
ବଲାଙ୍ଗୀର : ବଲାଙ୍ଗୀର ସହର ଭାଗିରଥି ଛକ ନିକଟରେ ଦୁର୍ଘଟଣା I ‘ଦିଲଦାର’ନାମକ ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା’କିଙ୍ଗଫିସର’ନାମକ ଆଉ ଏକ ଯାତ୍ରୀବାହୀ ବସ I ଫଳରେ ଉଭୟ ବସରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହେବI ସହିତ ୧୦ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି I ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତି କରାଯାଇଛି I ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ‘ଦିଲଦାର’ନାମକ ଯାତ୍ରୀବାହୀ ବସ ବଲାଙ୍ଗୀରରୁ ଭୁବନେଶ୍ୱର […]
ବଲାଙ୍ଗୀର : ବଲାଙ୍ଗୀର ସହର ଭାଗିରଥି ଛକ ନିକଟରେ ଦୁର୍ଘଟଣା I ‘ଦିଲଦାର’ନାମକ ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା’କିଙ୍ଗଫିସର’ନାମକ ଆଉ ଏକ ଯାତ୍ରୀବାହୀ ବସ I ଫଳରେ ଉଭୟ ବସରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହେବI ସହିତ ୧୦ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି I ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତି କରାଯାଇଛି I
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ‘ଦିଲଦାର’ନାମକ ଯାତ୍ରୀବାହୀ ବସ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା I ଏହି ସମୟରେ ‘କିଙ୍ଗଫିସର’ ନାମକ ବସ ପଛରୁ ଆସି ‘ଦିଲଦାର’ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ‘କିଙ୍ଗଫିସର’ ବସ୍ର ୪ ଜଣ ଯାତ୍ରୀ ଗରୁତର ଆହତ ହେବI ସହିତ ‘ଦିଲଦାର’ ବସର ମଧ୍ୟ କିଛି ଯାତ୍ରୀ ଆହତ ହୋଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ କିଛି ଯାତ୍ରୀଙ୍କୁ ଛାଡି ଦିଆ ଯାଇଛି I ବଲାଙ୍ଗୀର ପୋଲିସ ପହଞ୍ଚି ଗାଡି ୨ ଟିକୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I




