ରାଜ୍ୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇବ ୪ଟି ନୂଆ ପାଠ୍ୟକ୍ରମ
ଭୁବନେଶ୍ୱର : ଓଡ଼ିଶାରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ। ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ (ୟୁଜି) ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ(ଏଗ୍ରୋ ସାଇନ୍ସ), ଦୁଗ୍ଧ ବିଜ୍ଞାନ(ଡାଏରୀ ସାଇନ୍ସ) ଓ ଜଙ୍ଗଲ ପରିଚାଳନା(ଫରେଷ୍ଟ ମେନେଜମେଣ୍ଟ)ରେ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ଏମ୍ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱବିଦ୍ୟାଳୟରେ […]
ଭୁବନେଶ୍ୱର : ଓଡ଼ିଶାରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ। ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ (ୟୁଜି) ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ(ଏଗ୍ରୋ ସାଇନ୍ସ), ଦୁଗ୍ଧ ବିଜ୍ଞାନ(ଡାଏରୀ ସାଇନ୍ସ) ଓ ଜଙ୍ଗଲ ପରିଚାଳନା(ଫରେଷ୍ଟ ମେନେଜମେଣ୍ଟ)ରେ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ଏମ୍ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱବିଦ୍ୟାଳୟରେ ପୂର୍ବରୁ ୧୫ଟି ପାଠ୍ୟକ୍ରମ ଖୋଲିଥିବାବେଳେ ଚଳିତ ବର୍ଷରୁ ଆଉ୪ଟି ନୂଆ ବିଭାଗରେ ପାଠପଢ଼଼ା ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ କୁଳପତି ପ୍ରଫେସର ତ୍ରିପାଠୀ କହିଛନ୍ତି,ପାହାଡ଼ ଓ ପର୍ବତ ଘେରା କୋରାପୁଟ ଅଞ୍ଚଳ ଏକ ଉନ୍ନତ ମାଳଭୂମି। କୃଷି, ପଶୁସମ୍ପଦ ଓ ଜଙ୍ଗଲ ଜାତ ଦ୍ରବ୍ୟ ଜିଲ୍ଲା ଅର୍ଥନୀତିର ମୁଖ୍ୟ ଆଧାର ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ୮୦ ପ୍ରତିଶତରୁ ଅଧିକ ଲୋକ ସିଧାସଳଖ କୃଷି ଉପରେ ନିର୍ଭର କରନ୍ତି। କୋରାପୁଟରେ ଅଧିକାଂଶ କୃଷକ ପାରମ୍ପରିକ ଚାଷ ପ୍ରଣାଳୀ ବ୍ୟବହାର କରୁଛନ୍ତି। ଏହି ପାରମ୍ପରିକ ଜ୍ଞାନ କୃଷକ ମାନଙ୍କ ପରିବାର ଦ୍ୱାରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପ୍ରସାରିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ୪ ବର୍ଷିଆ ଏମ୍ବିଏ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଉଥିବା ସେ କହିଛନ୍ତି।
ଏହାବ୍ୟତୀତ କୁଳପତି କହିଥିଲେ ଯେ କୋରାପୁଟ ଚାଉଳ, ବାଜରା, ଅଦା, କଫି, ଗୋଲମରିଚ, ପନିପରିବା ଓ କଦଳୀ ଉତ୍ପାଦନରେ ପ୍ରମୁଖ ଉତ୍ପାଦନକାରୀ। କୋରାପୁଟ ମାଟିରେ ଷ୍ଟ୍ରବେରୀ, ଡ୍ରାଗନ୍ ଫ୍ରୁଟ୍, ସେଓ, କଦଳୀ ଓ ଅନ୍ୟାନ୍ୟ ବିରଳ ଫଳ ମଧ୍ୟ ଉତ୍ପାଦନ ହୋଇଥାଏ। ଏତେ ବଡ଼ ଉତ୍ପାଦନ ସତ୍ତ୍ବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଉତ୍ପାଦଗୁଡ଼ିକର ମାର୍କେଟିଂ ପାଇଁ ପର୍ଯ୍ୟାପ୍ତ ପରିଚାଳନା ଓ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ନାହିଁ। ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ଏମ୍ବିଏ କାର୍ଯ୍ୟକ୍ରମ ଏହି ଆବଶ୍ୟକତାକୁ ପୂରଣ କରିବ।
ମିଳିଥିବା ସୂଚନା ମୁତାବକ ଏହି ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟ ଖୁବଶୀଘ୍ର ନାମଲେଖା ବିଜ୍ଞପ୍ତି ପ୍ରକାଶ କରିବ। ଜୁଲାଇ ୩୧ ପୂର୍ବରୁ ନାମଲେଖା ପ୍ରକ୍ରିୟା ଶେଷ ହେବ।




