ଏନକାଉଣ୍ଟରରେ ୪ ମାଓବାଦୀ ନିହତ
ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିହତ I ଆଜି ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଆବୁଜମାଡ଼ ଜଙ୍ଗଲ ଭିତରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା I ଗତକାଲି ରାତିରେ ନକ୍ସଲମାନେ ସେଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲେ I ଆଜି ସକାଳ ୬ଟାରୁ ଆବୁଜମାଡ଼ ଜଙ୍ଗଲ ଭିତରେ ଡିଆରଜି ଓ ଏସ୍ଟିଫ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ […]
ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିହତ I ଆଜି ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଆବୁଜମାଡ଼ ଜଙ୍ଗଲ ଭିତରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା I ଗତକାଲି ରାତିରେ ନକ୍ସଲମାନେ ସେଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲେ I
ଆଜି ସକାଳ ୬ଟାରୁ ଆବୁଜମାଡ଼ ଜଙ୍ଗଲ ଭିତରେ ଡିଆରଜି ଓ ଏସ୍ଟିଫ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଘଟଣା ଉପରେ ବସ୍ତର ଆଇଜି ସୁନ୍ଦରରାଜ ପି ତୀକ୍ଷଣ ନଜର ରଖିଛନ୍ତି। ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଘଟଣାର ବିବରଣୀ ପ୍ରଦାନ କରାଯିବ ବୋଲି ଏସପି ରବିନସନ ଗୁରିୟା ସ୍ପଷ୍ଟ କରିଛନ୍ତି।




