୪ ଲକ୍ଷ ଆୟକର ଦାତା ନେଉଥିଲେ ରାସନ – ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ରାସନକାର୍ଡ଼କୁ ନେଇ ବଡ଼ ଖୁଲାସା କଲେ ଯୋଗାଣ ମନ୍ତ୍ରୀ । ୪ ଲକ୍ଷ ଆୟକରଦାତା ହାତେଇ ଥିଲେ ରାସନ କାର୍ଡ । ଏନେଇ ଆଜି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଏ ସମ୍ପର୍କରେ ବିଭାଗ ନିକଟରେ ଖବର ପହଁଚିବା ପରେ ଚାଲିଛି ତନାଘନା । ପୂର୍ବ ସରକାର ସମୟରେ ଆୟକରଦାତା ଚାଞ୍ଚକତା କରି ରାସନ କାର୍ଡ ନେଇଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ […]
ଭୁବନେଶ୍ୱର : ରାସନକାର୍ଡ଼କୁ ନେଇ ବଡ଼ ଖୁଲାସା କଲେ ଯୋଗାଣ ମନ୍ତ୍ରୀ । ୪ ଲକ୍ଷ ଆୟକରଦାତା ହାତେଇ ଥିଲେ ରାସନ କାର୍ଡ । ଏନେଇ ଆଜି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଏ ସମ୍ପର୍କରେ ବିଭାଗ ନିକଟରେ ଖବର ପହଁଚିବା ପରେ ଚାଲିଛି ତନାଘନା । ପୂର୍ବ ସରକାର ସମୟରେ ଆୟକରଦାତା ଚାଞ୍ଚକତା କରି ରାସନ କାର୍ଡ ନେଇଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଛି, ସେଥିରେ ଚଞ୍ଚକତା ଦେଖିବାକୁ ମିଳିଛି । ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ରାସନ ହାତେଇଛନ୍ତି । ଏନେଇ ଜଣାପଡ଼ିବା ପରେ ଆରମ୍ଭ ହୋଇଛି ତନାଘନା ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଇ-କେୱାଇସି ଅପଡେଟ୍ କରିନାହାଁନ୍ତି। ଇ-କେୱାଇସି ପରେ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି, ତାହା ସ୍ପଷ୍ଟ ହେବ।




