କୁଆଖାଇ ରେ ବୁଡ଼ିଯାଇ ୪ ସାଙ୍ଗଙ୍କ ମୃତ୍ୟୁ

ବାଲିଅନ୍ତା : ଭୋଜି ହେଲା କାଳ I କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ I ଗତକାଲି ଅଗ୍ନିଶମ ବାହିନୀ ଦ୍ୱାରା ୨ ଜଣକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ୪ ଛାତ୍ର ହେଲେ ବାଲେଶ୍ୱର କଣ୍ଟାପଡ଼ାର ରୋହିତ ପରିଡ଼ା, କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ। ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ […]

Samaya Live Picture
Published On

ବାଲିଅନ୍ତା : ଭୋଜି ହେଲା କାଳ I କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ I ଗତକାଲି ଅଗ୍ନିଶମ ବାହିନୀ ଦ୍ୱାରା ୨ ଜଣକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ୪ ଛାତ୍ର ହେଲେ ବାଲେଶ୍ୱର କଣ୍ଟାପଡ଼ାର ରୋହିତ ପରିଡ଼ା, କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ। ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନାନୁସାରେ,ଗତକାଲି ଭୁବନେଶ୍ୱରସ୍ଥିତ ଏକ ଘରୋଇ MBA କଲେଜର ୮ ଜଣ ଛାତ୍ର କୁଆଖାଇ ନଦୀପଠାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ପରେ ଅପରାହ୍ନରେ ୪ ଜଣ ଛାତ୍ର ହଷ୍ଟେଲକୁ ଫେରି ଯାଇଥିବାବେଳେ ଅନ୍ୟ ୪ ଜଣ ଛାତ୍ର ନଦୀରେ ଗାଧୋଇବାକୁ ରହି ଯାଇଥିଲେ I ଏହି ସମୟରେ ନଦୀର ଗଭୀରତା ଜାଣି ନ ପାରି ଗଣ୍ଡରେ ୪ ଜଣ ଛାତ୍ର ବୁଡି ଯାଇଥିଲେ I ସେମାନେ ବୁଡ଼ିଯାଉଥିବା ଦେଖି ଜଣେ ଛାତ୍ର ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ସେତେବେଳେ ନଦୀରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ଖୋଜାଖୋଜି କରିଥିଲେ ଏବଂ ଦୁଇ ଛାତ୍ରଙ୍କୁ ପାଣିରୁ ଟେକି ଆଣିଥିଲେ। ମାତ୍ର ସେତେବେଳକୁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତଥାପି କିଛି ସ୍ଥାନୀୟ ଯୁବକ ମାଛଧରାଳୀମାନଙ୍କ ସହ ମିଶି ଗଭୀର ଜଳକୁ ଯାଇ ଅନ୍ୟ ଦୁଇ ଛାତ୍ରଙ୍କୁ ଖୋଜିଥିଲେ। କିନ୍ତୁ ପାଇନଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ପୁଲିସ ସେଠାରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ୨ ଘଣ୍ଟା କାଳ ଖୋଜିଥିଲେ ବି ନିଖୋଜ ଛାତ୍ରଦ୍ବୟଙ୍କ ପତ୍ତା ମିଳିନଥିଲା। ଆଜି ସକାଳୁ ଦମକଳ ବାହିନୀ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ |

Tags: