ସିରିଜ ଦୁର୍ଘଟଣାରେ ୪ ମୃତ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ସିରିଜ ଦୁର୍ଘଟଣା । ତିରିଂ ଥାନା ବଡ଼ ଡ଼ାଳିମା ଛକ ଏବଂ ବହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ନିକଟରେ ଘଟିଛି ସିରିଜ ଦୁର୍ଘଟଣା। ଏଥିରେ ଅକାଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ଜଣ ପ୍ରାଣ ହରାଇଛନ୍ତି । ତିରିଂରେ ୩ ଜଣଙ୍କୁ ଟ୍ରକଟି ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […]

Samaya Live Picture
Published On

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ସିରିଜ ଦୁର୍ଘଟଣା । ତିରିଂ ଥାନା ବଡ଼ ଡ଼ାଳିମା ଛକ ଏବଂ ବହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ନିକଟରେ ଘଟିଛି ସିରିଜ ଦୁର୍ଘଟଣା। ଏଥିରେ ଅକାଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ଜଣ ପ୍ରାଣ ହରାଇଛନ୍ତି ।

ତିରିଂରେ ୩ ଜଣଙ୍କୁ ଟ୍ରକଟି ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଏହାପରେ ଟ୍ରକଟି ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିବା ବେଳେ ୧୫ କିଲୋମିଟର ଯିବା ପରେ ବାଗଡେଗାରେ ପୁଣି ଏକ ଅଟୋକୁ ପିଟିଥିଲା । ଏହି ସମୟରେ ଅଟୋ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଉଥିଲା । ଫଳରେ ଅଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ସିରିଜ ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ରାସ୍ତା ତଳକୁ ଖସିପଡିଥିଲା । ଫଳରେ ଲୋକେ କାବୁ କରି ପୋଲିସକୁ ଖବର ଦେଇଛନ୍ତି । ଡ୍ରାଇଭର ଜଣକ ନିଶାସକ୍ତ ରହିଥିଲା କି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Tags: