ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୪ ମୃତ
ଢେଙ୍କାନାଳ : ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଓଡାପଡା ତହସିଲ କମଳାଙ୍ଗ ଗାଁରେ ଆଜି ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ନାବାଳକ ଥିବା ସୂଚନା ରହିଛି। ଭାଟିରେ ଜେନେରେଟର ଲଗାଇ ଶୋଇଥିବାବେଳେ ଶ୍ବାସରୁଦ୍ଧ ହୋଇଯିବାରୁ ଏହି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି I ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ […]
ଢେଙ୍କାନାଳ : ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଓଡାପଡା ତହସିଲ କମଳାଙ୍ଗ ଗାଁରେ ଆଜି ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ନାବାଳକ ଥିବା ସୂଚନା ରହିଛି। ଭାଟିରେ ଜେନେରେଟର ଲଗାଇ ଶୋଇଥିବାବେଳେ ଶ୍ବାସରୁଦ୍ଧ ହୋଇଯିବାରୁ ଏହି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି I ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।




