୨ ଟି ପୃଥକ ବାଇକ ଦୁର୍ଘଟଣାରେ ୪ ମୃତ

ସୋନପୁର : ବିଦ୍ୟୁତ ଖୁଣ୍ଟାରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଗତ ବିଳମ୍ୱିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଢ଼ୀ ପଦର ଗାଁ ର ସିପକ ନାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଭୟେ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟକୁ ଫେରିବା ବେଳେ ଉଫୁଲା ଠାରେ ଏକ […]

Samaya Live Picture
Published On

ସୋନପୁର : ବିଦ୍ୟୁତ ଖୁଣ୍ଟାରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଗତ ବିଳମ୍ୱିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଢ଼ୀ ପଦର ଗାଁ ର ସିପକ ନାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଭୟେ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟକୁ ଫେରିବା ବେଳେ ଉଫୁଲା ଠାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ଭାରସାମ୍ୟ ହରାଇ ପିଟି ହୋଇ ଥିଲା । ଫଳରେ ଉଭୟେ ଛିଟିକି ପଡ଼ିଥିଲେ ।

ଦୁହିଁଙ୍କ ମୁଣ୍ଡରେ ମାଡ଼ ହୋଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୧୨ ଦ୍ୱାରା ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ,ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଡୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ମାନେ ହେଉଛନ୍ତି ସୋର ଥାନା ବାଳଙ୍ଗ ଗ୍ରାମର ରଶ୍ମିରଞ୍ଜନ ଧଳ(୨୭) ଓ ଶିରାପୁର ଗ୍ରାମର ସତ୍ୟଜିତ ନାୟକ(୧୮) I ଗତକାଲି ରାତିରେ ଦୁହେଁ ଏକ ବାଇକ ଯୋଗେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ସିମୁଳିଆ ଥାନା ବାଡ଼ୁଳି ଛକ ନିକଟରେ ଏକ କାର(ଓଡି୦୧ଏଜି-୯୨୯୨) ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ରଶ୍ମିରଞ୍ଜନ ଧଳଙ୍କ ମୃତ୍ୟୁ ହୋଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Tags: