ଘର କାନ୍ଥରେ କାର ପିଟି ହୋଇ ୪ ମୃତ

ତିଗିରିଆ: ବିବାହ ଭୋଜି ହେଲା କାଳ I ଭୋଜି ଖାଇ ଫେରିବା ବେଳେ କାର ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ I କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବାଙ୍କି ହରିରାଜପୁର, ବାଙ୍କି ପାଳପୁଟ, ବଡ଼ମ୍ବା ଏବଂ ଖଜୁରୀପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି କାର୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। […]

Samaya Live Picture
Published On

ତିଗିରିଆ: ବିବାହ ଭୋଜି ହେଲା କାଳ I ଭୋଜି ଖାଇ ଫେରିବା ବେଳେ କାର ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ I କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବାଙ୍କି ହରିରାଜପୁର, ବାଙ୍କି ପାଳପୁଟ, ବଡ଼ମ୍ବା ଏବଂ ଖଜୁରୀପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି କାର୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ଗଦାଧରପୁର କୋଇଲିକନ୍ୟା ଗାଁରୁ ୪ ସାଙ୍ଗ ବିବାହ ଭୋଜି ଖାଇ ଫେରୁଥିବାବେଳେ କାରଟି ଏକ ଘରର କାନ୍ଥରେ ପିଟି ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କାରଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି। ଫଳରେ କାରରେ ଥିବା ୪ ସାଙ୍ଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି। ତେବେ ରାତିର ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି I

Tags: