ଚାପ ଖେଳ ବେଳେ ଭୟଙ୍କର ବାଣ ବିସ୍ଫୋରଣ ,୪ ମୃତ, ୩୦ ଆହତ
ପୁରୀ : ଶ୍ରୀକ୍ଷେତ୍ରରେ ଭଉଁରୀ ଯାତରେ ଅଘଟଣ I ଭୟଙ୍କର ବାଣ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି I ପୁରୀର ପବିତ୍ର ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବୁଧବାର ରାତିରେ ଏହି ଅଘଟଣ ଘଟିଛି I ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର ନାବାଳକ ଥିବା ଜଣାପଡିଛି ତାଙ୍କ ନାଁ ଋଷିକେଶ କର୍ମକାର I ସେ ଦଶମ ଶ୍ରେଣୀରେ ପଢୁଥିଲେ I ବାଣ […]
ପୁରୀ : ଶ୍ରୀକ୍ଷେତ୍ରରେ ଭଉଁରୀ ଯାତରେ ଅଘଟଣ I ଭୟଙ୍କର ବାଣ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି I ପୁରୀର ପବିତ୍ର ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବୁଧବାର ରାତିରେ ଏହି ଅଘଟଣ ଘଟିଛି I ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର ନାବାଳକ ଥିବା ଜଣାପଡିଛି ତାଙ୍କ ନାଁ ଋଷିକେଶ କର୍ମକାର I ସେ ଦଶମ ଶ୍ରେଣୀରେ ପଢୁଥିଲେ I
ବାଣ ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତଙ୍କ ଚିକିତ୍ସା ଜାରି ରହିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତରି କରାଯାଇଛି।
ଅଘଟଣର ଖବର ପାଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏସସିବି ମେଡିକାଲରେ ପହଂଚି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ଏସସିବିରେ ଏବେ ୭ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି । ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ୮ ଜଣ, ସମ୍ ହସ୍ପିଟାଲରେ ୨ ଜଣ, ସମ ଅଲଟିମେଟମରେ ୩ ଜଣ, ଏମ୍ସରେ ୨ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଆହତ ଚିକିତ୍ସିତ ହେଉଥିବା ସବୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ।




