ତୀର୍ଥ ଯାତ୍ରୀ ବସ ଓଲଟି ୪ ମୃତ,୨୫ ଆହତ

ବାଲେଶ୍ୱର : ଜଗା ଦର୍ଶନ ନୋହିଲା । ରାସ୍ତା ମଝିରେ ତୀର୍ଥ ଯାତ୍ରୀ ବସ ଓଲଟି ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ବାଇପାସ୍ ନିକଟରେ । ଭାରସାମ୍ୟ ହରାଇ ବସଟି ରାସ୍ତାରୁ ୨୦ ଫୁଟ ତଳକୁ ଖସି ପଡିଥିଲା । ଆହତ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ […]

Samaya Live Picture
Published On

ବାଲେଶ୍ୱର : ଜଗା ଦର୍ଶନ ନୋହିଲା । ରାସ୍ତା ମଝିରେ ତୀର୍ଥ ଯାତ୍ରୀ ବସ ଓଲଟି ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ବାଇପାସ୍ ନିକଟରେ । ଭାରସାମ୍ୟ ହରାଇ ବସଟି ରାସ୍ତାରୁ ୨୦ ଫୁଟ ତଳକୁ ଖସି ପଡିଥିଲା । ଆହତ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୧୦ ରୁ ଅଧିକ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ଉତ୍ତରପ୍ରଦେଶରୁ ୫୭ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୂଖେ ଆସିବାବେଳେ ଘଟିଛି ଏହି ଦୁର୍ଘଟଣା ।

Tags: