୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି

ପୁରୀ : ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଆସନ୍ତା ୧୬ ତାରିଖରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର […]

Samaya Live Picture
Published On

ପୁରୀ : ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଆସନ୍ତା ୧୬ ତାରିଖରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ପ୍ରକାଶଯୋଗ୍ୟ, ଗତ ୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସ୍‌ଆଇ ଟିମ୍‌ଙ୍କ ତତ୍ତ୍ୱାବଧାନରେ କୁଶଳୀ କାରିଗରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।

Tags: