ଚଳିତ ବର୍ଷ ୪ ଦିନିଆ ପଞ୍ଚୁକ ବ୍ରତ,ହେବନାହିଁ ଲକ୍ଷ୍ମୀନୃସିଂହ ବେଶ

ପୁରୀ: ଚଳିତ ବର୍ଷ ପଞ୍ଚୁକ ବ୍ରତ ୫ ଦିନ ବଦଳରେ ୪ ଦିନ ପାଳନ ହେବ । ଆସନ୍ତା ୧୨ ତାରିଖରୁ ୧୫ ତାରିଖ ଯାଏ ପଞ୍ଚୁକ ବ୍ରତ ଅନୁଷ୍ଠିତ ହେବ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତଥର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ଵିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ […]

Samaya Live Picture
Published On

ପୁରୀ: ଚଳିତ ବର୍ଷ ପଞ୍ଚୁକ ବ୍ରତ ୫ ଦିନ ବଦଳରେ ୪ ଦିନ ପାଳନ ହେବ । ଆସନ୍ତା ୧୨ ତାରିଖରୁ ୧୫ ତାରିଖ ଯାଏ ପଞ୍ଚୁକ ବ୍ରତ ଅନୁଷ୍ଠିତ ହେବ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତଥର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ଵିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ତିନି ଠାକୁର ।

ସେପଟେ ଶ୍ରୀମନ୍ଦିରରେ ହବିଷ୍ୟାଳୀ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପୁଲିସ ପ୍ରାଥମିକତା ଦେଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ପଞ୍ଚୁକ ପାଇଁ ପୁରୀ ପୁଲିସର ପ୍ରସ୍ତୁତି ସମ୍ପର୍କରେ ଏସ୍‌ପି ବିନୀତ୍‌ ଅଗ୍ରୱାଲ କହିଛନ୍ତି, ପଞ୍ଚୁକ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ହବିଷ୍ୟାଳୀ ମା’ ଏବଂ ଅନ୍ୟ ଭକ୍ତମାନେ ଯେପରି ବାଧାମୁକ୍ତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ପଞ୍ଚୁକ ପାଇଁ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏତଦ୍‌ବ୍ୟତୀତ ୫ଜଣ ଅତିରିକ୍ତ ଏସ୍‌ପି, ୧୪ ଜଣ ଡିଏସ୍‌ପି, ୨୬ ଇନ୍ସପେକ୍ଟର ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ । ସେହିପରି ବ୍ୟାରିକେଡ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ ।

ସେବାୟତ, ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଭକ୍ତଙ୍କ ପାଇଁ ବାଧାମୁକ୍ତ ଦର୍ଶନ ସୁବିଧା କରାଯିବ। ମରିଚିକୋଟ ଛକ ପର୍ଯ୍ୟନ୍ତ ହେବ ବ୍ୟାରିକେଡ କରାଯାଉଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏହାକୁ ଆହୁରି ବଢାଯିବ ବୋଲି ଏସ୍‌ପି ଶ୍ରୀ ଅଗ୍ରୱାଲ କହିଛନ୍ତି।

Tags: