ଟନେଲ ଭିତରେ ୪ ଦିନ,ମେସେଜ୍ ଦେଇ କହିଲେ‘ଆମେ ସମସ୍ତେ ଭଲ ଅଛୁ’

ଉତ୍ତରକାଶି : ଟନେଲ ଭିତରେ ୪ ଦିନ I ୪୦ ଜଣ ଶ୍ରମିକ ଫସିଥିବା ଧ୍ବଂସ ଟନେଲ ଭିତରୁ ଜଣେ ଓଡ଼ିଆ ଶ୍ରମିକଙ୍କ ଆସିଲା ପ୍ରଥମ ମେସେଜ I କହିଲେ ‘ଆମେ ସମସ୍ତେ ଭଲ ଅଛୁ’I ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ନିଜ ପରିବାରକୁ ପଠାଇଛନ୍ତି ଏହି ମେସେଜ I ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି,ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ […]

Samaya Live Picture
Published On

ଉତ୍ତରକାଶି : ଟନେଲ ଭିତରେ ୪ ଦିନ I ୪୦ ଜଣ ଶ୍ରମିକ ଫସିଥିବା ଧ୍ବଂସ ଟନେଲ ଭିତରୁ ଜଣେ ଓଡ଼ିଆ ଶ୍ରମିକଙ୍କ ଆସିଲା ପ୍ରଥମ ମେସେଜ I କହିଲେ ‘ଆମେ ସମସ୍ତେ ଭଲ ଅଛୁ’I ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ନିଜ ପରିବାରକୁ ପଠାଇଛନ୍ତି ଏହି ମେସେଜ I ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି,ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ ।

ଉତ୍ତରକାଶୀରେ ପହଞ୍ଚି ଉପଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ଟନେଲରେ ଫସି ରହିଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଉପଶ୍ରମ ଅଧିକାରୀ।

ସୂଚନାନୁସାରେ,ଟନେଲ ଭିତରେ ୪୦ ଜଣ ଶ୍ରମିକ ଫସି ରହିଥିବା ବେଳେ ତା ଭିତରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ। ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍ । ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର ।

Tags: