ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପାର୍ବଣ ଭେଟି, ୪ ପ୍ରତିଶତ ବଢ଼ିଲା ଡିଏ
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି । ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା -DA ବଢ଼ିଲା ୪ ପ୍ରତିଶତ । ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ପାଇଛି। ସେହିପରି ପେନସନଧାରୀଙ୍କ TIରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି । ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ନଭେମ୍ବର ମାସ ଦରମାରେ ଏହା ନଗଦ […]
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି । ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା -DA ବଢ଼ିଲା ୪ ପ୍ରତିଶତ । ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ପାଇଛି। ସେହିପରି ପେନସନଧାରୀଙ୍କ TIରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି । ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ନଭେମ୍ବର ମାସ ଦରମାରେ ଏହା ନଗଦ ଆକାରରେ ମିଳିବ I ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନଧାରୀ ଉପକୃତ ହେବ ।
ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ତାହା ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୬ ପ୍ରତିଶତ ହୋଇଛି। ଏହି ନିଷ୍ପତ୍ତି ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ ୧ରୁ ଲାଗୁ ହେବ। ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ୪୮ ଲକ୍ଷ ୬୭ ହଜାରରୁ ଅଧିକ କର୍ମଚାରୀ ଏବଂ ୬୭ ଲକ୍ଷ ୯୫ ହଜାରରୁ ଅଧିକ ପେନ୍ସନ୍ଭୋଗୀ ଉପକୃତ ହେବେ।




