ଆଜି ପ୍ରଚାର କରିବେ ୪ କେନ୍ଦ୍ରୀୟ ହେଭିୱେଟ
ଭୁବନେଶ୍ୱର : ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା I ମୟୁରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ସରୁବାଲି ଶେଖର କଲୋନୀ ପଡିଆରେ ” ବିଜୟ ସଂକଳ୍ପ ସମାବେଶ”ରେ ଉଦ୍ବୋଧନ ଦେବେ ଶ୍ରୀ ନଡ୍ଡା I ସେ ପୂର୍ବାହ୍ନ ୧୧.୩୫ ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ସିଧାସଳଖ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ଏଠାରେ ବିଜେପି ଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ […]
ଭୁବନେଶ୍ୱର : ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା I ମୟୁରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ସରୁବାଲି ଶେଖର କଲୋନୀ ପଡିଆରେ ” ବିଜୟ ସଂକଳ୍ପ ସମାବେଶ”ରେ ଉଦ୍ବୋଧନ ଦେବେ ଶ୍ରୀ ନଡ୍ଡା I ସେ ପୂର୍ବାହ୍ନ ୧୧.୩୫ ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ସିଧାସଳଖ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ଏଠାରେ ବିଜେପି ଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଏବଂ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ପ୍ରଚାର କରିବେ ।
ସେହିପରି ନଡ୍ଡାଙ୍କ ସହିତ ଆଉ ୪ କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି I ଆଜି ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ବିଜେପିର ୪ ମହାରଥୀ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ପୂର୍ବାହ୍ଣ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ଣ ୨ଟାରେ ବଡଚଣା ଏବଂ ଅପରାହ୍ଣ ୪.୪୫ରେ ବାଲିକୁଦା- ଏରସମା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।
ସୂଚନାନୁସାରେ,ଆସନ୍ତା ୨୫ ଏବଂ ଜୁନ ୧ରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି।




