ଟ୍ରକ ଧକ୍କାରେ ୪ ବାଇକ ଆରୋହୀ ମୃତ
ଜୟପୁର : କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଟ୍ରକ – ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍ରେ ୪ ଜଣ ବସି କୋଟା ଛକଠାରୁ ଜବାକନାଡ଼ି ଆସୁଥିବାବେଳେ ବୈପାରୀଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତକଙ୍କ ଶରୀର ଖଣ୍ଡ […]
ଜୟପୁର : କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଟ୍ରକ – ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍ରେ ୪ ଜଣ ବସି କୋଟା ଛକଠାରୁ ଜବାକନାଡ଼ି ଆସୁଥିବାବେଳେ ବୈପାରୀଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ମୃତକ ମାନେ ହେଉଛନ୍ତି ବୈପାରିଗୁଡା ବ୍ଲକ ବିଚାଲ କୋଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା, ବୁଟି ପରଜା । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜବାକାନାଡି ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ଆଜି ସକାଳେ ଏକ ବାଇକରେ ୪ ଜଣ ଯୁବକ କାମ କରିବାକୁ ଜୟପୁର ଆସୁଥିଲେ । ଏହି ସମୟରେ ଜବାକାନାଡି ନିକଟରେ ଏକ ୧୪ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର ସ୍ଥାନୀୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସକାଳୁ ସକାଳୁ ଏହି ଭୟଙ୍କର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ଅନ୍ୟପଟେ ଆଜି ଭଦ୍ରକ ଜିଲ୍ଲା ଆନନ୍ଦପୁର – ବରପଦା ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ ସହ ବାଇକ ଧକ୍କା ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ କରଞ୍ଜିଆରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।




