ବଜ୍ରକାପ୍ତା ଡିଲ୍ ବେଳେ ୪ ଗିରଫ

ବଲାଙ୍ଗୀର : ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କଲା ଏସଟିଏଫ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ତପବନ ଆଶ୍ରମ ଛକ ନିକଟରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ପେଶାଲ ଟାସ୍କଫୋର୍ସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨ ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସଟିଏଫ । ଅଭିଯୁକ୍ତମାନେ ହେଲେ ଧବଳେଶ୍ବର […]

Samaya Live Picture
Published On

ବଲାଙ୍ଗୀର : ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କଲା ଏସଟିଏଫ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ତପବନ ଆଶ୍ରମ ଛକ ନିକଟରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ପେଶାଲ ଟାସ୍କଫୋର୍ସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨ ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସଟିଏଫ । ଅଭିଯୁକ୍ତମାନେ ହେଲେ ଧବଳେଶ୍ବର ବାଗ, ପ୍ରତାପ ଦୀପ, ବୃନ୍ଦାବନ ଦନ୍ତା ଓ ସୁରେନ୍ଦ୍ର କୁମାର ବାଗ । ଏସଟିଏଫ କେସ ନମ୍ବର ୨୧ ଦଫା ୩୦୩ (୨), ୩୧୭ (୨) ,୬୧ (୨),ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ କୋର୍ଟଚାଲାଣ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସ୍ପେଶାଲ ଡ୍ରାଇଭ ଜାରି ରଖିଛି ଏସଟିଏଫ ବିଭାଗ ।

Tags: