ଲକ୍ଷ୍ମୀ ବସ୍ ଯୋଜନାରେ ୩୭୪ କୋଟିର କ୍ଷତି – ପରିବହନ ମନ୍ତ୍ରୀ
ଭୁବନେଶ୍ୱର: କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ ଲାଭ ଓ କେତେ କ୍ଷତି ହୋଇଥିବାର ହିସାବ ମାଗିଥିଲେ ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ। ପ୍ରଶ୍ନର […]
ଭୁବନେଶ୍ୱର: କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ ଲାଭ ଓ କେତେ କ୍ଷତି ହୋଇଥିବାର ହିସାବ ମାଗିଥିଲେ ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ।
ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍ ଗୋଟିଏ ବର୍ଷରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ହଜାର ୬୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫କୋଟି ୩ଲକ୍ଷ । ଏହି ଯୋଜନାରେ ୩୭୪କୋଟି ୮ଲକ୍ଷ ୫୮ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।




