ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୩୫ ହଜାର ପୋଲିସ ନିୟୋଜିତ

ଭୁବନେଶ୍ୱର : ରାତିପହିଲେ ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ I ଏଥିପାଇଁ ପ୍ରଚାର ସରିଯାଇଛି । ତୃତୀୟ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ସହିତ ୪୨ ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ I ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ । ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ […]

Samaya Live Picture
Published On

ଭୁବନେଶ୍ୱର : ରାତିପହିଲେ ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ I ଏଥିପାଇଁ ପ୍ରଚାର ସରିଯାଇଛି । ତୃତୀୟ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ସହିତ ୪୨ ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ I ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ । ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ତେବେ ଏହା ପୂର୍ବରୁ ସଜାଗ ରହିଛନ୍ତି ପୋଲିସ ବାହିନୀ I ସୁରକ୍ଷା ପାଇଁ ୩୫ ହଜାର ପୋଲିସ ନିୟୋଜିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜିପି I

ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍‌ ରହିଛି ସେଥିମଧ୍ୟରୁ ୨୦% ସମ୍ବେଦନଶୀଳ ବୁଥ । ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ୩୫ ହଜାର ପୋଲିସ ମୁତୟନ ରହିବେ ।ନିର୍ବାଚନରେ ୧୨୧ କଂପାନୀ ସିଏପିଏଫ୍‌, ୧୨୧ କଂପାନୀ ଓଏସ୍‌ଏପି ରହିବେ । ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ରହିବେ ।ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିବେ।ସେହିପରି ୨୧୬୦ SI ଓ ASI; ୧୦, ୨୧୨ କନଷ୍ଟେବଲ, ୭ ହଜାର ହୋମଗାର୍ଡ ରହିବେ। ଛତିଶଗଡ଼ରୁ ୩ଶହ କନଷ୍ଟେବଲ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି । ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ୍‌ ମଧ୍ୟ ଆସିଛନ୍ତି ।ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟ୍‌ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।

୨୬ ବର୍ଷ ପରେ ପ୍ରଥମ ଥର ପାଇଁ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ୍‌ ହୋଇଛି । ନକ୍ସଲ ପ୍ରଭାବିତ ୧୧ ଜିଲ୍ଲାରେ କୌଣସି ପ୍ରକାର ହିଂସା ଘଟିନାହିଁ । ଶେଷଥର ପାଇଁ ୧୯୯୮ରେ ନିର୍ବାଚନ ସମୟରେ ନକ୍ସଲ ହମଲା ହୋଇଥିଲା। ପ୍ରଥମ ଥର ପାଇଁ ଶୃଙ୍ଖଳାରେ ନିର୍ବାଚନ ଓଡ଼ିଶା ପୋଲିସ ପାଇଁ ଗୌରବ ।

Tags: