୨୦ ଟି ଜିଲ୍ଲାରେ ଗଠନ ହେଲା ୩୪ଟି ନୂଆ ଏନ୍‌ଏସି

ଭୁବନେଶ୍ୱର : ରାଜ୍ୟରେ ଗଠନ ହେଲା ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ I ୨୦ ଜିଲ୍ଲାରେ ଏହି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ଗଠନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି I ଏହା ସହିତ ଆଉ ୫ଟି ଏନଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଛି । ଏ ଗୁଡିକ ହେଲା ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା । ୫ ଟି ଅଧ୍ୟକ୍ଷକଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଗଠନ ହେଲା ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ I ୨୦ ଜିଲ୍ଲାରେ ଏହି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ଗଠନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି I ଏହା ସହିତ ଆଉ ୫ଟି ଏନଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଛି । ଏ ଗୁଡିକ ହେଲା ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା । ୫ ଟି ଅଧ୍ୟକ୍ଷକଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନ ସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି I ଅଂଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବ ଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି I

ଘୋଷଣା ହୋଇଥିବା ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ମଧ୍ୟରେ ନୁଗୁଳ ଜିଲ୍ଲାର ପାଲଲହଡ଼ା, ଛେଣ୍ଡିପଦା, ବାଲେଶ୍ବର ଜିଲ୍ଲାର ବସ୍ତା ଓ ସିମୁଳିଆ,ବରଗଡ଼ ଜିଲ୍ଲାର ପାଇକମାଳ, ଭେଡେନ,ଭଦ୍ରକ ଜିଲ୍ଲାର ଅଗରପଡ଼ା,ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା,କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡ଼ା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ,ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ କୁକୁଡ଼ାଖଣ୍ଡି,ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ରହିଛି I

Tags: