ୟୁପିରୁ ଆସିଲା ୩୦୦ ଟନ ଆଳୁ
ଭୁବନେଶ୍ୱର : ରାଜ୍ୟରେ ଟଳିବ ଆଳୁ ସଙ୍କଟ I ପଶ୍ଚିମବଙ୍ଗ ପରିବର୍ତ୍ତେ ଓଡିଶା ବଜାରରେ ମିଳିବ ଉତ୍ତରପ୍ରଦେଶ ଆଳୁ । ଏବେ ୩୦୦ ଟନ ଆଳୁ ଆସିଛି । ଆଗକୁ ଉତ୍ତରପ୍ରଦେଶରୁ ଆଳୁ ଆସିବ ଏବଂ ଏଥିପାଇଁ ଆଲୋଚନା ହୋଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ଧୀରେ ଧୀରେ ଆମେ ପଶ୍ଚିମବଙ୍ଗ ପରିବର୍ତ୍ତେ ୟୁପିରୁ ଆଳୁ ଆଣିବୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମବଙ୍ଗ ଅପେକ୍ଷା ଉତ୍ତରପ୍ରଦେଶ ଆଳୁ କ୍ବାଲିଟି […]
ଭୁବନେଶ୍ୱର : ରାଜ୍ୟରେ ଟଳିବ ଆଳୁ ସଙ୍କଟ I ପଶ୍ଚିମବଙ୍ଗ ପରିବର୍ତ୍ତେ ଓଡିଶା ବଜାରରେ ମିଳିବ ଉତ୍ତରପ୍ରଦେଶ ଆଳୁ । ଏବେ ୩୦୦ ଟନ ଆଳୁ ଆସିଛି । ଆଗକୁ ଉତ୍ତରପ୍ରଦେଶରୁ ଆଳୁ ଆସିବ ଏବଂ ଏଥିପାଇଁ ଆଲୋଚନା ହୋଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ଧୀରେ ଧୀରେ ଆମେ ପଶ୍ଚିମବଙ୍ଗ ପରିବର୍ତ୍ତେ ୟୁପିରୁ ଆଳୁ ଆଣିବୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମବଙ୍ଗ ଅପେକ୍ଷା ଉତ୍ତରପ୍ରଦେଶ ଆଳୁ କ୍ବାଲିଟି ଭଲ । ବାରମ୍ବାର ବ୍ଲାକମେଲର ଶିକାର ହେବା ଅପେକ୍ଷା ସ୍ବାଭିମାନ ସହ ଆମ ବ୍ୟବସାୟୀ ବ୍ୟବସାୟ କରିବେ ।
ଉତ୍ତର ପ୍ରଦେଶରୁ ଆଳୁ ଆସିଲେ ବି ଦର ଅଧିକ ହେବ ନାହିଁ । କାରଣ ଏବେ ପଶ୍ଚିମବଙ୍ଗରୁ ଯେଉଁ ଦାମରେ ଓଡ଼ିଶା ଆଳୁ କିଣୁଥିଲା ୟୁପିରୁ ପରିବହନ ଖର୍ଚ୍ଚ ମିଶାଇ ସେହି ଦାମରେ ଆଳୁ କିଣାଯାଇଛି । ଆଜି ୧୦ଟି ଟ୍ରକରେ ୩୦୦ ଟନ ଆଳୁ ଆସି ଭୁବନେଶ୍ବରରେ ପହଞ୍ଚିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିଥିଲେ ବି ଓଡ଼ିଶା ବଜାରରେ ଦାମ କମିବ ନାହିଁ । କାରଣ ୟୁପିରୁ କୁଇଣ୍ଟାଲ ପିଛା ୨୪ଶହ ଟଙ୍କାରେ ଆଳୁ କିଣାଯାଉଥିବାବେଳେ ପରିବହନ ଖର୍ଚ୍ଚ ପଡ଼ୁଛି ୩୦୦ ଟଙ୍କା ।
ଅର୍ଥାତ କୁଇଣ୍ଟାଲ ପିଛା ଦର ୨୭ଶହ ଟଙ୍କା ପଡୁଛି । ଯାହାକି ଏବେ ପଶ୍ଚିମବଙ୍ଗର ଦାମ ସହିତ ପ୍ରାୟ ସମାନ । ଏଣୁ ଏହି ଦାମ ଗ୍ରହଣ କରିବାକୁ ପଡ଼ିବ ବୋଲି ଅନୁରୋଧ କରିଛନ୍ତି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା । ୟୁପିରୁ ଆଳୁ ଆଣି ଓଡିଶା ବଜାରରେ ତାହା କେତେ ଦରରେ ବିକ୍ରି କରାଯିବ ସେନେଇ ସରକାର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସଭାପତି ।




