ହାଇଓ୍ୱା ସହ ଧକ୍କା ହୋଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୩୦ଆହତ
ଚାନ୍ଦବାଲି : କଟକ-ଚାନ୍ଦବାଲି ରାସ୍ତାରେ ଘଟିଯାଇଛି ଏକ ବଡ଼ ସଡକ ଦୁର୍ଘଟଣା I ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ ଯାତ୍ରୀ I ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ କୁ ଛପୋଳିଆ ନିକଟରେ ସାମ୍ନା ପଟୁ ଧକ୍କା ଦେଇଛି ଏକ ହାଇଓ୍ୱା I ଫଳରେ ବସଟି ରାସ୍ତାତଳକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସରେ ୭୦ ଜଣ ଯାତ୍ରୀ ଥିବା ଜଣ ପଡିଛି I ଏମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି I […]
ଚାନ୍ଦବାଲି : କଟକ-ଚାନ୍ଦବାଲି ରାସ୍ତାରେ ଘଟିଯାଇଛି ଏକ ବଡ଼ ସଡକ ଦୁର୍ଘଟଣା I ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ ଯାତ୍ରୀ I ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ କୁ ଛପୋଳିଆ ନିକଟରେ ସାମ୍ନା ପଟୁ ଧକ୍କା ଦେଇଛି ଏକ ହାଇଓ୍ୱା I ଫଳରେ ବସଟି ରାସ୍ତାତଳକୁ ଓଲଟି ପଡ଼ିଥିଲା ।
ଦୁର୍ଘଟଣା ସମୟରେ ବସରେ ୭୦ ଜଣ ଯାତ୍ରୀ ଥିବା ଜଣ ପଡିଛି I ଏମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି I ଏବଂ ୨ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଛି I ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍ରୁ ଉଦ୍ଧାର କରି ଡାକ୍ତର ଖାନରେ ଭର୍ତି କରିଛନ୍ତି । ମାତ୍ର ଦୁର୍ଘଟଣାରେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିରହିଛି I




