ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

ରାୟଗଡା : ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ଘଟିଛି ଏହି ଦୁର୍ଘଟଣା । ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁଣପୁର ମେଡିକାଲରେ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ଗୁଡ଼ାରି ବ୍ଲକ ଅନ୍ତର୍ଗତ କଇଠ ପଦର ଓ ଜଗନ୍ନାଥପୁର ଗ୍ରାମର ସୁବ୍ରତ ଶବର, ବୁଲୁ ଶବର ଓ […]

ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ
Samaya Live Picture
Published On

ରାୟଗଡା : ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ଘଟିଛି ଏହି ଦୁର୍ଘଟଣା । ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁଣପୁର ମେଡିକାଲରେ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ଗୁଡ଼ାରି ବ୍ଲକ ଅନ୍ତର୍ଗତ କଇଠ ପଦର ଓ ଜଗନ୍ନାଥପୁର ଗ୍ରାମର ସୁବ୍ରତ ଶବର, ବୁଲୁ ଶବର ଓ ବାଳକୃଷ୍ଣ ହାରକା । ଗତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ I ଦୁର୍ଘଟଣା ର ଖବର ପାଇ ଗୁମୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।

Tags: