ଅଜଣା ଗାଡି ଧକ୍କାରେ ୩ ଯୁବକ ମୃତ

ଝାରସୁଗୁଡା : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି I ଆଜି ଭୋରରୁ ଝାରସୁଗୁଡ଼ା ଜିଲ୍ଲା ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏହି ଦୁର୍ଘଟଣା ଘଟିଛି । ଘଟନାନୁସାରେ,ଆଜି ଭୋର ସମୟରେ ଲଖନପୁର ସାହାଜବାହାଲ ଗ୍ରାମର ୩ ଯୁବକ ଏକ ବାଇକ୍(ଓଡି ୨୩ ପି ୨୦୦୯) ଯୋଗେ ବେଲପାହାଡ଼ରୁ ଲଖନପୁର୍ ଦିଗରେ ଯାଉଥିବା ବେଳେ […]

Samaya Live Picture
Published On

ଝାରସୁଗୁଡା : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି I ଆଜି ଭୋରରୁ ଝାରସୁଗୁଡ଼ା ଜିଲ୍ଲା ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏହି ଦୁର୍ଘଟଣା ଘଟିଛି ।

ଘଟନାନୁସାରେ,ଆଜି ଭୋର ସମୟରେ ଲଖନପୁର ସାହାଜବାହାଲ ଗ୍ରାମର ୩ ଯୁବକ ଏକ ବାଇକ୍(ଓଡି ୨୩ ପି ୨୦୦୯) ଯୋଗେ ବେଲପାହାଡ଼ରୁ ଲଖନପୁର୍ ଦିଗରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ଘଟିଥିଲା I ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ପାଇବା ପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Tags: