ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ
ସମ୍ବଲପୁର : ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ । ନିର୍ମାଣାଧୀନ ପାଇଖାନା ଟାଙ୍କିର ଛାତ ସେଣ୍ଟ୍ରିଂ ଖୋଲିବା ସମୟରେ ଅଣନିଶ୍ଵାସୀ ହୋଇପଡ଼ିବାରୁ ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ଏଭଳି ଅଘଟଣ ଘଟିଛି ସମ୍ବଲପୁର ଜିଲା ଜମନକିରା ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ । ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଜଣେ ବ୍ୟକ୍ତିଙ୍କର […]
ସମ୍ବଲପୁର : ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ । ନିର୍ମାଣାଧୀନ ପାଇଖାନା ଟାଙ୍କିର ଛାତ ସେଣ୍ଟ୍ରିଂ ଖୋଲିବା ସମୟରେ ଅଣନିଶ୍ଵାସୀ ହୋଇପଡ଼ିବାରୁ ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ଏଭଳି ଅଘଟଣ ଘଟିଛି ସମ୍ବଲପୁର ଜିଲା ଜମନକିରା ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ । ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଜଣେ ବ୍ୟକ୍ତିଙ୍କର ନୂଆ ଘରର ଛାତ ପଡ଼ିଥିଲା। ଶନିବାର କିଛି ଶ୍ରମିକ ନୂଆ ଛାତ ସେଣ୍ଟ୍ରିଂ ଖୋଲିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଣ୍ଟ୍ରିଂ ଖୋଲିବା ସମୟରେ ୪ ଶ୍ରମିକ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ୩ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାନରେ ଚିକିତ୍ସାଧୀନ ରହିଛନ୍ତି।




