ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅଂଚଳରେ ଘଟିଛି ଏକ ଦୁଖଦଃ ଘଟଣା I ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତ ଘଟି ଏକା ସହିତ ୩ ମହିଳାଙ୍କ ମୃତ୍ୟୁ ଘଟିଛି I ଏହା ସହିତ ଘରେ ନିଆଁ ଲାଗି ଯାଇଥିବା ଖବର ମିଳିଛି I ସୂଚନା ଅନୁସାରେ ରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ ଅଙ୍କୁରାରେ ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ […]
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅଂଚଳରେ ଘଟିଛି ଏକ ଦୁଖଦଃ ଘଟଣା I ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତ ଘଟି ଏକା ସହିତ ୩ ମହିଳାଙ୍କ ମୃତ୍ୟୁ ଘଟିଛି I ଏହା ସହିତ ଘରେ ନିଆଁ ଲାଗି ଯାଇଥିବା ଖବର ମିଳିଛି I
ସୂଚନା ଅନୁସାରେ ରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ ଅଙ୍କୁରାରେ ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାର ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁଁ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସିନୀ ଦାସ, ଯୁବତୀ ନାଏକ ଓ ଗର୍ଭବତୀ ହେମଲତା ହୋ’ଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ମୃତକଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି I




