ଚୋରା ବନ୍ଧୁକ ସହ ୩ ବେପାରୀ ଅଟକ

କଟକ : ଚୋରା ବନ୍ଧୁକ କାରବାର ଘଟଣାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି କଟକ କମିଶନରେଟ ପୁଲିସ। ଏହା ସହ ସେମାନଙ୍କ ନିକଟରୁ ୪ ଚୋରା ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏହି ରାକେଟର ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଦୁଇ ଜଣ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ୍ । ଗିରଫ ଅଭିଯୁକ୍ତ କଟକର ବବୁଆ, ଜଗତସିଂହପୁର ଅଞ୍ଚଳର ପିଣ୍ଟୁ […]

Samaya Live Picture
Published On

କଟକ : ଚୋରା ବନ୍ଧୁକ କାରବାର ଘଟଣାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି କଟକ କମିଶନରେଟ ପୁଲିସ। ଏହା ସହ ସେମାନଙ୍କ ନିକଟରୁ ୪ ଚୋରା ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏହି ରାକେଟର ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଦୁଇ ଜଣ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ୍ । ଗିରଫ ଅଭିଯୁକ୍ତ କଟକର ବବୁଆ, ଜଗତସିଂହପୁର ଅଞ୍ଚଳର ପିଣ୍ଟୁ ଓ ମିହିର ।

ଦୁର୍ଦ୍ଦାନ୍ତ ଅପରାଧୀ ବବୁଆ ବନ୍ଧୁକ କାରବାର କରୁଥିବା ନେଇ ଖବର ପାଇଥିଲା କଟକ କମିଶନରେଟ୍ ପୁଲିସ। ଏହା ପରେ ସ୍ପେଶାଲ ସ୍କ୍ୱାଡ୍ ଓ ଜଗତପୁର ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ବବୁଆକୁ କାବୁ କରିଥିଲେ। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଥିଲା।

ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଆଣି ଏଠାରେ ବ୍ୟବସାୟ କରୁଥିବା ନେଇ ଡିସିପି କନୱର ବିଶାଲ ସିଂହଙ୍କ ସୂଚନା ଦେଇଛନ୍ତି I ସମସ୍ତ ଅଭିଯୁକ୍ତ ଏଟିଏମ ଟଙ୍କା ଗାଡି ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ବବୁଆ ନାଁ ରେ ୧୦ଟି ମାମଲା ଥିବା ବେଳେ ପିଣ୍ଟୁ ନାଁ ରେ ୧୯ଟି ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି କନୱର ବିଶାଲ ସିଂହ।

Tags: