ଖଣ୍ଡା ଆକ୍ରମଣରେ ୩ ଗୁରୁତର,୪ ଅଟକ
ଗଞ୍ଜାମ : ପୂର୍ବ ଶତ୍ରୁତାରୁ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁରୁଷୋତ୍ତମପୁର ହାଣ୍ଡିପୁର ଗାଁରେ । ଖଣ୍ଡା ଆକ୍ରମରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସେମାନଙ୍କୁ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଜମି ଜମା ସଂକ୍ରାନ୍ତୀୟ ପୂର୍ବ ଶତ୍ରୁତାକୁ ନେଇ ୨ ପରିବାର ମଧ୍ୟରେ ଏହି ହଣାକଟା ହୋଇଥିବା ସୂଚନା ମିଳିଛି […]
ଗଞ୍ଜାମ : ପୂର୍ବ ଶତ୍ରୁତାରୁ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁରୁଷୋତ୍ତମପୁର ହାଣ୍ଡିପୁର ଗାଁରେ । ଖଣ୍ଡା ଆକ୍ରମରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସେମାନଙ୍କୁ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଜମି ଜମା ସଂକ୍ରାନ୍ତୀୟ ପୂର୍ବ ଶତ୍ରୁତାକୁ ନେଇ ୨ ପରିବାର ମଧ୍ୟରେ ଏହି ହଣାକଟା ହୋଇଥିବା ସୂଚନା ମିଳିଛି । ଗୁରୁତରମାନେ ହେଲେ ଭାଗିରଥୀ ମହାନ୍ତି, ଗୋପାଳ ମହାନ୍ତି, କାହ୍ନୁ ମହାନ୍ତି ଓ ଅମ୍ବିକା ପାଣିଗ୍ରାହୀ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ୪ ଜଣଙ୍କୁ ଅଟକ ରଖି ଧରି ପଚାରାଉଚରା କରିବା ସହ ତଦନ୍ତ ଜାରି ରଖିଛି।




